Sri Ram
ପଶୁ ଅତ୍ୟାଚାର
ଭୋଳାଶଙ୍କର ସେଠୀ
ସ୍ବାଧୀନତା ସ୍ବାଦ ଆମେ ଚାଖିଥିଲୁ
ପ୍ରଭୂ ରାମ ଅଯୋଧ୍ୟା ନଗରେ ।
ଆମ ଠାରୁ ସୃଷ୍ଟି ହୋଇ ତୁମେ ଦେଲ
ପରାଜୟ ଗ୍ଲାନି ବାରେ ।।
ଗ୍ଲାନି ର କଷଣ ତୁମେ ଜାଣିଛ
ତଥାପି ରେ ଦେଲ ନରେ ।
ଭୁଲିଗଲ କି ରେ ଇଁରେଜୀ ଶୋଷଣ
ତ୍ରାହି ପାଇଥିଲ ଗାନ୍ଧିଯୁଗରେ ।।
ସ୍ବାଧୀନତା ଆମ ଜନ୍ମ ଅଧିକାର
ଭାଷଣ କୁହ ପାଟିରେ ।
ଜନ୍ମ ର ପୂର୍ବରୁ ପେଟରେ ମାରୁଛ
ଶିଶୁ ହାତୀ ଚିତ୍କାର କରେ ।।
ନନ୍ଦି କୁ ମର୍କଟ ଅଭିହିତ କରି
ରାବଣ ଗଲା ସ୍ବର୍ଗପୁରେ ।
ତୁମ ପାଇଁ ଆଉ ଜାଗା ନାହିଁ ନରେ
ପଶୁ ଅଭିଶପ୍ତେ ନର୍କପୁରରେ ।।
0 Comments